ଲିଙ୍ଗରାଜ ମନ୍ଦିର ନବୀକରଣର ଫଟୋ ସେୟାର କଲେ ନବୀନ

ଭୁବନେଶ୍ୱର (ଏସ୍ ନ୍ଯୁଜ) : ଲିଙ୍ଗରାଜ ମନ୍ଦିରର ନବୀକରଣ ପରର ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଓଡ଼ିଶାର ଐତିହ୍ୟ ସ୍ଥଳର ରୂପାନ୍ତର ବା ନବୀକରଣ ପାଇଁ ଯେଉଁମାନେ ନିଜ ଜମିଦାନ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଫଟୋ ସେୟାର କରି ନବୀନ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ଚାରିପାଖରେ ଉତ୍କୃଷ୍ଟ ପରିବେଶ ଦେଖିବା ଆନନ୍ଦର ବିଷୟ । ଏହି ପରିବର୍ତ୍ତନ ପାଇଁ ଯେଉଁମାନେ ଜମିଦାନ କରିଛନ୍ତି ଏବଂ ସ୍ଥାନାନ୍ତର କରିଛନ୍ତି ସେମାନଙ୍କ ପାଖରେ ସେ କୃତଜ୍ଞ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଆହାଃ, କି ମନମୁଗ୍ଧକର! ଲିଙ୍ଗରାଜ ମନ୍ଦିର ଏକ ଦିବ୍ୟ ଅନୁଭବ ପ୍ରଦାନ କରିବା ଅଭିମୁଖେ।

ତେବେ ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିରକୁ, ଏହାର ପୂର୍ବ ୩୫ ବର୍ଷ ତଳର ଗଠନମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ୫୫ ମିଟର ଉଚ୍ଚତା ବିଶିଷ୍ଟ ମନ୍ଦିରର” ଏବଂ ଏକାମ୍ରବନ କ୍ଷେତ୍ର” ପୁନଃନିର୍ମାଣ ଯୋଜନାକୁ ଅନୁମୋଦନ କରିଛନ୍ତି।