ଜାମ୍ମୁ-କଶ୍ମୀରରେ ଏଣିକି ଲୋକଙ୍କ ହାତରେ ସବୁ କ୍ଷମତା : ଜାଭଡେକର

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର ପଞ୍ଚାୟତିରାଜ ଅଧିନିୟମ, ୧୯୮୯ ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟରେ ଏହି ସଂଶୋଧନ ହୋଇଥିବା ବେଳେ ନୂଆ ଅଧିନିୟମ ଅକ୍ଟୋବର ୧୭ରୁ ଲାଗୁ ହୋଇସାରିଛି। ସଂଶୋଧିତ ଅଧିନିୟମ ଦ୍ୱାରା କ୍ଷମତା ଏଣିକି ସମସ୍ତଙ୍କ ପାଖରେ ରହିବ ।

ସିଧାସଳଖ କହିବାକୁ ଗଲେ ବର୍ତ୍ତମାନ ନିର୍ବାଚନରୁ ସେମାନଙ୍କ ପ୍ରତିନିଧି ଲୋକମାନେ ବାଛି ପାରିବେ।ଏହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବ ବୋଲି ଜାଭଡେକର କହିଛନ୍ତି।

ତେବେ ଏହି ଅଧିନିୟମ ସଂଶୋଧନ ପରେ ବର୍ତ୍ତମାନ ଜିଲ୍ଲା ବିକାଶ ପରିଷଦ (ଡିଡିସି) ଗଠନ ପାଇଁ ବାଟ ଫିଟିଛି । ଜିଲ୍ଲା ବିକାଶ ପରିଷଦର ସଦସ୍ୟମାନେ ସିଧାସଳଖ ଏହି କେନ୍ଦ୍ର ଶାସିତ ଅଞ୍ଚଳର ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ଯେଉଁଥିରେ ଜିଲ୍ଲା, ବ୍ଲକ ଏବଂ ଗାଁ ସ୍ତରରେ ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

“ଦେଶର ଅନ୍ୟ ଅଂଶ ପରି ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ଗଣତନ୍ତ୍ରର ତିନୋଟି ସ୍ତର ପ୍ରତିଷ୍ଠା କରିବାରେ ଏହା ନୂଆ ଅଧିନିୟମ ସହାୟକ ହେବ। ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ କେନ୍ଦ୍ର ସରକାର ଅନେକ ଜନକଲ୍ୟାଣ ଆଇନ ଆରମ୍ଭ ହୋଇଛି। ଗତ ସପ୍ତାହରେ ଜମ୍ମୁ କଶ୍ମୀରରେ ସମଗ୍ର ଦେଶରେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ସମିତିର ଆଇନ ମଧ୍ୟ ଲାଗୁ ହୋଇଥିଲା। ତେବେ ଜନ କଲ୍ୟାଣର ଅନେକ ନିୟମ ଭାରତରେ ମଧ୍ୟ ପ୍ରଯୁଜ୍ୟ ନୁହେଁ। ବର୍ତ୍ତମାନ ଜିଲ୍ଲା ବିକାଶ ପରିଷଦକୁ ସିଧାସଳଖ ନିର୍ବାଚନ ମାଧ୍ୟମରେ ଲୋକ ପ୍ରତିନିଧିଙ୍କ ହାତରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନା ଥାଉକି ,ପୂର୍ବରୁ “ତିନି ସ୍ତରୀୟ ବ୍ୟବସ୍ଥା ପୂର୍ବରୁ କାଶ୍ମୀରରେ ନଥିଲା। ସେମାନଙ୍କର ସ୍ଥାନୀୟ ପ୍ରତିନିଧୀ ଚୟନ କରିବାର ସୁଯୋଗ ସେମାନଙ୍କ ହାତରେ ନଥିଲା। ଏହି ପଦକ୍ଷେପ କାଶ୍ମୀରରେ ହେବ ବୋଲି ପ୍ରଧାନମନ୍ତ୍ରୀ ଏବଂ ସଂସଦରେ ଗୃହମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ବର୍ତ୍ତମାନ ଶୀଘ୍ର ନିର୍ବାଚନ ହେବ ଏବଂ ସ୍ଥାନୀୟ ସଂସ୍ଥା ପରିଚାଳନା କ୍ଷମତା ଲୋକଙ୍କ ପାଖରେ ରହିବ । ସ୍ଥାନୀୟ ଭାବେ ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଯୋଜନା ପ୍ରସ୍ତୁତ କରିପାରିବେ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବେ” ବୋଲି ଶ୍ରୀ ଜାଭଡେକର କହିଛନ୍ତି।