ପ୍ରକାଶ ପାଇଛି ମାଟ୍ରିକ୍‌ ମାଟ୍ରିକ ସପ୍ଲିମେଣ୍ଟାରୀ ଫଳାଫଳ

କଟକ (ଏସ୍ ନ୍ଯୁଜ ): ପ୍ରକାଶ ପାଇଛି ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତଥର ୨୧ ହଜାର ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ମୋଟ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ସେହିପରି ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିନାହିଁ। ଏ -୨ରେ ୧୦ ଜଣ, ବି-୧ରେ ୧୯୫ ଜଣ, ବି-୨ରେ ୯୩୦ଜଣ, ସିରେ ୧୯୦୨ ଜଣ, ଡ଼ିରେ ୩୧୪୦, ଇରେ ୯୦୬୭, ଏଫ୍‌ରେ ୬୨୧୮ ଜଣ ପିଲା ଉତ୍ତିର୍ଣ୍ଣ ହୋଇଛନ୍ତି।

ଅପରପକ୍ଷରେ ଏ୨ ଗ୍ରେଡରେ ୧୦, ବି-୧ରେ ୧୯୫, ବି-୨ରେ ୯୩୦, ସି ଗ୍ରେଡରେ ୧୯୦୨, ଡି ଗ୍ରେଡରେ ୩୧୪୦, ଇ ଗ୍ରେଡରେ ୯୦୬୭, ଏଫ୍ ଗ୍ରେଡରେ ୬୨୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା। ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ।

ପ୍ରକାଶଥାଉ କି, ଗତ ବର୍ଷ ଅଗଷ୍ଟ ୮ରେ ପ୍ରକାଶ ପାଇଥିବା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ମୋଟ ୨୭ ହଜାର ୭୨୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୬ ହଜାର ୨୯୬ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ହଜାର ୪୪୫ଜଣ ପାସ କରିଥିଲେ। ୮୬୨ଜଣ ଛାତ୍ରଛାତ୍ରୀଙ୍କ ଫଳ କମ୍ପାର୍ଟମେଣ୍ଟାଲ ହୋଇଛି। ଏହି ପରୀକ୍ଷା ରାଜ୍ୟର ୨୯୬ଟି କେନ୍ଦ୍ରରେ ଅନୁ୍ଷ୍ଠିତ ହୋଇଥିଲା।