ନବୀନଙ୍କ ଲୋକପ୍ରିୟତା, ଟ୍ୱିଟର ଅନୁଗାମୀ ୧ ମିଲିୟନ ପାର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସାରା ଦେଶରେ ବିଭିନ୍ନ ସମୟରେ ଚର୍ଚ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ୫ମ ପାଳିର ମୁଖ୍ୟମନ୍ତ୍ରୀ ତାଙ୍କର ରାଜନୈତିକ ଗୋଟି ଚାଳନାର ସହିତ ପରିଚୟ ଦେଉଥିବା ବେଳେ ଲୋକାଭିମୁଖୀ ଯୋଜନା ଏବଂ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ତାଙ୍କର ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ବାର୍ତ୍ତାବହ ସାଜିଛି ।
ମହିଳାଙ୍କ ପାଇଁ ମିଶନ ଶକ୍ତି, ବାତ୍ୟାର ସଫଳ ମୁକାବିଲା, ପୁରୀରେ ଦେଶର ପ୍ରଥମ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ’ , ଭାରତୀୟ ହକି ଦଳପାଇଁ ପ୍ରୋତ୍ସାହନ ଏବଂ ଭିତ୍ତିଭୂମି, ଖେଳାଳିଙ୍କ ପାଇଁ ସାରା ରାଜ୍ୟରେ ଇନ୍‌ଡୋର ଷ୍ଟାଡିୟମ୍ ନିଷ୍ପତ୍ତି ଏହିପରି ଅନେକ ଯୁଗାନ୍ତକାରୀ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ବର୍ତ୍ତମାନ ଅନୁଗାମୀଙ୍କ ସଂଖ୍ୟା ୩.୨ ମିଲିୟନ ଅର୍ଥାତ୍ ୩୨ ଲକ୍ଷ ରହିଛି। ସେହିଭଳି ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ଅନୁଗାମୀ ସଂଖ୍ୟା ୧ ମିଲିୟନ ଅର୍ଥାତ୍ ୧୦ ଲକ୍ଷ ଛୁଇଁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।