ଓଡ଼ିଶାରେ ଶିଳ୍ପ ସ୍ୱପ୍ନ, ବିଜନେସ୍ ର‌୍ୟାଙ୍କିଂରେ ଖସିଲା

ଭୁବନେଶ୍ୱର(ଏସ୍ ନ୍ୟୁଜ): ସଦ୍ୟ ପ୍ରକାଶିତ ଇଜ୍ ଅଫ୍ ଡୁଇଁ ବିଜନେସ୍ ର‌୍ୟାଙ୍କିଂରେ ଟପ୍ ଟେନରେ ଓଡ଼ିଶାକୁ ସ୍ଥାନ ମିଳିନି। କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାରକାର କରିବାକୁ ଅନୁକୂଳ ସ୍ଥିତି ରହିଛି ତାହା ଏହି ର‌୍ୟାଙ୍କିଂରୁ ସ୍ପଷ୍ଟ ହୁଏ। ଯେଉଁଥିରେ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି।

କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରମଣ ଜାରି କରିଥିବା ଏହି ତାଲିକାର ଶୀର୍ଷରେ ଆନ୍ଧ୍ରପ୍ରଦେଶ ରହିଛି। ପଛକୁ ଦ୍ବିତୀୟରେ ଉତ୍ତରପ୍ରଦେଶ, ତୃତୀୟରେ ତେଲେଙ୍ଗାନା, ଚତୁର୍ଥରେ ମଧ୍ୟପ୍ରଦେଶ, ପଞ୍ଚମରେ ଝାଡ଼ଖଣ୍ଡ, ଷଷ୍ଠରେ ଛତିଶଗଡ଼, ସପ୍ତମରେ ହିମାଚଳ ପ୍ରଦେଶ, ଅଷ୍ଟମରେ ରାଜସ୍ଥାନ, ନବମରେ ପଶ୍ଚିମବଙ୍ଗ ଓ ଦଶମରେ ଗୁଜୁରାଟ ରହିଛନ୍ତି।

୨୦୧୮ରେ ଓଡ଼ିଶା ଏହି ତାଲିକାର ୧୪ ତମ ସ୍ଥାନରେ ଥିବାବେଳେ ଏଥର ୨୯ ତମ ସ୍ଥାନରେ ରହିଛି। ଓଡ଼ିଶା ତଳକୁ କେବଳ ସିକ୍କିମ ଓ ତ୍ରିପୁରା ଅଛନ୍ତି । ପୂର୍ବ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ସବୁଠାରୁ ଭଲ ପ୍ରଦର୍ଶନ କରିଛି।