ଓଡ଼ିଶା ବିଭାଜନକାରୀଙ୍କୁ ବରଦାସ୍ତ କରାଯିବନି

ଓଡ଼ିଶାକୁ କୌଣସି ପରିସ୍ଥିତିରେ ବିଭାଜନ କରିବାକୁ ଦିଆଯିବନି । ଓଡ଼ିଶାକୁ ବିଭାଜନ କରିବା ଉଦ୍ଦେଶ୍ୟରେ ରାସ୍ତାକୁ ଓହ୍ଲାଉଥିବା ସଂଗଠନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଆମ ଜନତା ଦଳ ଆହ୍ୱାନ କରିଛି । ସରକାରୀ ଯୋଜନାକୁ ପ୍ରତି ଲୋକଙ୍କ ଘରେ ଘରେ ପହଂଚାଇବା ପାଇଁ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରାଗଲା । ଆବଶ୍ୟକ ପଡ଼ିଲେ ୩୦ଟି ଜିଲ୍ଲାକୁ ୬୦ ଭାଗ କରି ଦିଆଯାଉ ।

ରାଜ୍ୟକୁ ଭାଗ ଭାଗ କରି ଦିଆଗଲେ, ଭାଷା ଆଧାରରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଗଠିତ ଓଡ଼ିଶାର ମୂଳ ଉଦ୍ଦେଶ୍ୟ ଲୋପ ପାଇଯିବ ବୋଲି ମତାମତ ପ୍ରକାଶ କରିଛନ୍ତି ଆମ ଜନତା ଦଳ ଆବାହକ ପ୍ରଦୀପ ସା’ । ଆମ ଜନତା ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ନାପସନ୍ଦ କରାଯାଇଛି । ତା’ ସହିତ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ମଧ୍ୟ ପ୍ରତିବାଦ କରାଯାଇଛି ।