ରାଜ୍ୟରେ ସର୍ବାଧିକ ୪,୨୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ରାଜ୍ୟରେ ସମସ୍ତ ପୁରୁଣା ରେକର୍ଡ଼ ଭାଙ୍ଗିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ସର୍ବାଧିକ ୪,୨୭୦ ଜଣ ଆକ୍ରାନ୍ତ ବାହାରିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୪୭୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ପାର୍ କରିଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୭୬ ଜଣ, କଟକରୁ ୩୭୪ ଜଣ, ପୁରୀରୁ ୨୮୭ ଜଣ, ଜଗତସିଂହପୁରରୁ ୧୮୮ ଜଣ, ବରଗଡ଼ରୁ ୧୮୩ ଜଣ,ଯାଜପୁରରୁ ୧୬୨ ଜଣ, ବାଲେଶ୍ବରରୁ ୧୫୦ ଜଣ, ଅନୁଗୁଳରୁ ୧୪୭ ଜଣ,ମୟୂରଭଞ୍ଜରୁ ୧୩୧ ଜଣ, ଝାରସୁଗୁଡାରୁ ୧୨୧ ଜଣ, ନୂଆପଡ଼ାରୁ ୧୧୯ଜଣ, ସମ୍ବଲପୁରରୁ ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ବଲାଙ୍ଗୀରରୁ ୯୭ ଜଣ, କେନ୍ଦୁଝରରୁ ୮୭ ଜଣ,ନବରଙ୍ଗପୁରରୁ ୮୬ ଜଣ, କୋରାପୁଟରୁ ୮୩ ଜଣ, ରାୟଗଡ଼ାରୁ ୮୦ ଜଣ, ସୋନପୁରରୁ ୭୪ ଜଣ, କନ୍ଧମାଳରୁ ୭୩ ଜଣ, ଗଞ୍ଜାମରୁ ୬୮ ଜଣ, ମାଲାକାନଗିରିରୁ ୬୪ ଜଣ, ଢ଼େଙ୍କାନାଳରୁ ୬୩ ଜଣ,ଗଜପତିରୁ ୫୮ ଜଣ, ଭଦ୍ରକରୁ ୫୫ ଜଣ, ନୟାଗଡ଼ରୁ ୪୭ ଜଣ, କଳାହାଣ୍ଡିରୁ ୪୪ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ବୌଦ୍ଧରୁ ୨୨ ଜଣ, ଦେବଗଡ଼ରୁ ୧୮ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୧ କରୋନା ରୋଗୀଙ୍କ ଜୀବନ ଯାଇଛି। ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ନେଇଛି ଘାତକ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬ ଛୁଇଁଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୬୨ ହଜାର ୯୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୬ ହଜାର ୪୭୩ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୨୫ହଜାର ୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ୬୭ ହଜାର ୭୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି।