ଓଡ଼ିଶାରେ ମଦଶିଳ୍ପ ହେବ କୁଟୀର ଶିଳ୍ପ!

ଧର୍ମେନ୍ଦ୍ରଙ୍କ ସାଧୁତାର ପଟାନ୍ତର ନାହିଁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦାମ୍ଭିକ ବକ୍ତବ୍ୟକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟମୁଣ୍ଡରେ ଦୋଷ ଲଦିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଥମେ ନିଜ ବିବେକକୁ ପଚାରନ୍ତୁ, ସେ କେତେମାତ୍ରାରେ ସାଧୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭୟ ପାଇ ବିଗତ ୧୦ ବର୍ଷ ଭିତରେ ଧର୍ମେନ୍ଦ୍ର ପ୍ରାୟ ୨୦୦ କୋଟି ଟଙ୍କାର ସମ୍ପତିର ମାଲିକ ।

ସିବିଆଇ ଓ ଇଡି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁହାଳରେ ବନ୍ଧା ହୋଇଥିବାରୁ ଧର୍ମେନ୍ଦ୍ର ମୁହଁ ଫୁଟାଣି ମାରୁଛନ୍ତି ।ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଚେର ଯୋଉଯାଏ ଲମ୍ବିଛି; ସେଠାରୁ ପୁଳାପୁଳା ଟଙ୍କା ବାହାରୁଛି । ଧୀରଜ ସାହୁଙ୍କ ଟଙ୍କା ପାହାଡରୁ ତିନୋଟି ଯାକ ଦଳ ଫାଇଦା ପାଉଥିଲେ । ଏବେ ଧରାପଡ଼ିବା ପରେ ସବୁ ଦଳ ପରସ୍ପରକୁ ଦାୟୀ କରୁଛନ୍ତି ।

ଓଡ଼ିଶାର ଯୋଉ ଅଂଚଳରୁ ଆୟକର ବିଭାଗ ବେନାମୀ ଟଙ୍କା ଜବତ କରିଛନ୍ତି ।ପୂର୍ବରୁ କୌଣସି ରାଜ୍ୟରୁ ଆୟକର ବିଭାଗ ଏତେ ପରିମାଣର ନଗଦ ଟଙ୍କା ଜବତ କରି ନଥିଲା । ଓଡ଼ିଶାରେ ମଦ ବେପାର ଭାରି ଭଲ ଚାଲୁଛି ।
ଯାହା ଜଣାପଡୁଛି, ଆଗାମୀ ଦିନରେ ମଦ ବେପାରକୁ କୁଟୀର ଶିଳ୍ପ ଭାବେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।