ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ(ସାକ୍‌ସୀ ନ୍ୟୁଜ୍‌) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାଇପାସ୍ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଚଉରିଆ ପଦର ଗ୍ରାମର ଶ୍ୟାମ ସୁନ୍ଦର ସାହୁ ଓ ଗୁରୁତର ବାବୁଲି ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦର ଓ ବାବୁଲି ବାଇକ୍ ଯୋଗେ ନିଜ ଗାଁରୁ ବାହାରି ବାସୁଦେବପାଲି ପେଟ୍ରୋଲ ପମ୍ପ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁଲିଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାରଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।