ଏବେ ଅଧା ଦାମରେ ମିଳିପାରେ ଇଲେକ୍ଟ୍ରିକ ଗାଡି !

ବନାରଶ: ଇଲେକ୍ଟିକ ଗାଡିର ଚାହିଦା ଭାରତୀୟ ବଜାରରେ ବିଶେଷ ଭାବେ ବୃଦ୍ଧି ପାଇପାରୁ ନାହିଁ । ବଢୁଥିବା ପେଟ୍ରୋଲ ଓ ଡିଜେଲର ରେଟକୁ ନେଇ ଲୋକମାନଙ୍କ ପାଖରେ ଗୋଟିଏ ମାତ୍ର ବିକଳ୍ପ ରହିଛି ଇଲେକ୍ଟ୍ରିକ ଗାଡି । ଏହି କ୍ରମରେ ଇଲେକ୍ଟ୍ରିକ୍ ଗାଡିଗୁଡିକୁ କିଭଳି କମ ଦାମରେ ପ୍ରସ୍ତୁତ କରାଯାଇ ପାରିବ ତା ଉପରେ ଗବେଷଣା କରୁଥିବା ବନାରଶ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ଏବେ ଏକ ଏମିତି ଅନ ବୋର୍ଡ ଚାର୍ଜର ପ୍ରସ୍ତୁତ କରିଛନ୍ତି କି ଯାହାଦ୍ୱାରା ଇଲେକ୍ଟିକ୍ ଗାଡିଗୁଡିକର ଦାମ ଅଧା ହୋଇଯିବ ।

ଗାଡିରେ ଏହି ଅନ ବୋର୍ଡ ଚାର୍ଜର ଫିଟିଙ୍ଗ ପରେ ଆପଣଙ୍କୁ ଆଉ ଚାର୍ଜିଂ ଷ୍ଟେସନକୁ ଯିବାକୁ ପଡିବ ନାହିଁ । ଏହି ନୂଆ ଟେକ୍ନିକକୁ ବିକଶିତ କରିବାକୁ ଆଇଆଇଟି ବନାରସ ବିଶ୍ୱବିଦ୍ୟାଳୟକୁ ଆଇଆଇଟି ଗୌହାଟୀ ଓ ଆଇଆଇଟି ଭୁବନେଶ୍ୱରର କିଛି ଗବେଷକ ସହାୟତା କରିଥିବା ଜଣାପଡିଛି । ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରୋଜେକ୍ଟ ଇନଭେଷ୍ଟିଗେଟର ରାଜୀବ କୁମାର ସିଂ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏହି ଟେକ୍ନୋଲୋଜୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅନ ବୋର୍ଡ ଚାର୍ଜର ମାଧ୍ୟମରେ ଗାଡିକୁ କୌଣସି ଚାର୍ଜିଂ ଷ୍ଟେସନ ନେଇ ଚାର୍ଜ କରିବାକୁ ପଡିବ ନାହିଁ ।