୨୬ ରୁ ପୁଣି ବଢ଼ିବ ଶୀତ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଶୀତ କମିଥିଲେ ବି ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ଶୀତର ପ୍ରକୋପ । ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ଖସିବ ତାପମାତ୍ରା । ୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ । ଏନେଇ ଭୁୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ରାତି ଓ ମଙ୍ଗଳାବାର ସକାଳ ପାଇଁ ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ଜାରିକରାଯାଇଛି । ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ପାଇଁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି ।