ପଞ୍ଚାୟତ ନିର୍ବାଚନ: ଭିଡିଓ କନଫରେନ୍ସିଙ୍ଗରେ ଜିଲ୍ଲାପାଳଙ୍କ ସହ ନିର୍ବାଚନ ଆୟୋଗଙ୍କ ଆଲୋଚନା

ଭୁବନେଶ୍ୱର: ଆଜି ବସିବାକୁ ଯାଉଛି ଜିଲ୍ଲାପାଳ ଓ ନିର୍ବାଚନ ଆୟୋଗଙ୍କ ବୈଠକ । ରାଜ୍ୟରେ ସବୁ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଜି ଭିଡିଓ କନଫରେନ୍ସିଙ୍ଗରେ ଆଲୋଚନା କରିବେ ନିର୍ବାଚନ ଆୟୋଗ। କୋଭିଡ୍ ଗାଇଡଲାଇନ୍ କୋହଳ ଓ ମତଦାନ ପ୍ରସ୍ତୁତି ନେଇ ବୈଠକରେ ହେବ ଆଲୋଚନା । ଭୋଟିଂ ବୁଥ୍‌ରେ କିଭଳି କରୋନା କଟକଣା ପାଳନ କରାଯିବ ତାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ ।

ରାଜ୍ୟ କେଉଁଭଳି ସୂଚାରୁ ଓ ସଠିକ୍ ଭାବରେ ପଞ୍ଚାୟତ ନିର୍ବାଚନରେ ମତଦାନ ଓ ଭୋଟ୍ ଗଣନା ପ୍ରକ୍ରିୟା ଶେଷ ହେବ ତାହା ଏହି ବୈଠକର ଆଲୋଚନା ହେବ। ବୈଠକରେ ନିର୍ବାଚନ ଆୟୋଗଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।