ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ ମନା

ପୁରୀ (ଏସ୍ ନ୍ୟୁଜ) : ଶ୍ରୀମନ୍ଦିର ସମ୍ମୁଖରେ ପୟା ଶ୍ରାଦ୍ଧ କରିପାରିବେନି ସାଧାରଣ ଲୋକ । କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ବା ପିଣ୍ଡଦାନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ବା ପିଣ୍ଡଦାନ କରିବାକୁ ଲୋକମାନଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି ।

ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି । ଏହି ଅବସରରେ ଶ୍ରଦ୍ଧାଳୁ ଦଶ ବିଶ୍ବଦେବ ଓ ଋଷିମାନଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେଇଥାନ୍ତି । ଏଥିପାଇଁ ପ୍ରତିବର୍ଷ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ମାତ୍ର କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବାକୁ ବାରଣ କରାଯାଇଛି ।