କବି ପ୍ରଫେସର ପ୍ରମୋଦ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର : କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୨୦୦୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିପରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରୁ ଶିଶୁ-ମନୋବିଜ୍ଞାନ ନିର୍ଦ୍ଦେଶନା-ଅଧ୍ୟାପକ ପଦରେ ଥାଇ ଅବସର ନେଇଥିଲେ ।

ଅନ୍ୟପକ୍ଷରେ କବିତା ରଚନା କ୍ଷେତ୍ରରେ ତାଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ‘ବିଷୁବ ପୁରସ୍କାର’ ପାଇଥିଲେ ଓ ସେ ସାରସ୍ୱତ ସାଧନା ଲାଗି ଅନ୍ୟାନ୍ୟ ବହୁ ଅନୁଷ୍ଠାନରୁ ପୁରସ୍କାର ଲାଭ କରିଛନ୍ତି । କଟକରେ ଜନ୍ମିତ ପ୍ରମୋଦ କୁମାର ମହାନ୍ତି ମନୋବିଜ୍ଞାନରେ ଅଧ୍ୟାପନା କରୁଥିଲେ । କବି ପ୍ରଫେସର ପ୍ରମୋଦଙ୍କର ୧୧ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି ।