ଓଡ଼ିଶାରେ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରସୋର

ଏପ୍ରିଲ୧ ତାରିଖ ଦିନ ଓଡ଼ିଶାରେ ….

ଭୁବନେଶ୍ୱର: ଏପ୍ରିଲ୧ ତାରିଖ ଦିନ ଓଡ଼ିଶାରେ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାତି ପ୍ରାୟ ୬ ଟାରେ ରାଜଧାନୀର ଉତ୍କଳ ମଣ୍ଡପରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଏହି ସଭାରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖା ଅଧ୍ୟକ୍ଷତା କରିବେ। ବହୁ ସ୍ତରୀୟ ଉତ୍ସବରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯିବ। ସରକାରୀ ବିବୃତ୍ତି ଅନୁଯାୟୀ ଏହା ନୂଆଦିଲ୍ଲୀ ଏବଂ କୋଲକାତାରେ ମଧ୍ୟ ପାଳନ କରାଯିବ।