ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରମାଦେବୀ ଉଚ୍ଚମାଧ୍ୟମିକ ସ୍କୁଲର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ। ଦିନ ଦ୍ୱିପ୍ରହରରେ ସ୍କୁଲ ହଷ୍ଟେଲରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ। ମୃତ ଛାତ୍ରୀ ଜଣକ +୨ ଦ୍ୱିତୀୟ ବର୍ଷ କଳାରେ ପଢୁଥିଲେ। ମୃତ ଛାତ୍ରୀ ଜଣଙ୍କ ଘର ରାୟଗଡ଼ା ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଶହିଦ ନଗର ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ତେବେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଅଉଥିବା ବେଳେ, କାରଣ ଅସ୍ପଷ୍ଟ ରହିଛି।