ମେ’ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ । ମେ’ ୧୩ରେ କର୍ଣ୍ଣାଟକ ବିଧାନସଭାର ଫଳାଫଳ ମଧ୍ୟ ଘୋଷଣା ହେବ ।