କଟକ: ଆସନ୍ତା ଆଇପିଏଲ୍ରେ ପ୍ରଥମଥର ଓଡ଼ିଆ ଭାଷାରେ ଧାରା ବିବରଣୀ ପ୍ରଦାନ କରାଯିବ। ଏଥିରେ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ପକ୍ଷରୁ ଓଡ଼ିଶାର ଗୌରବ ପଣ୍ଡା ଭାଷ୍ୟକାର ମନୋନୀତ ହୋଇଛନ୍ତି। ଗୌରବ ଏଥିପାଇଁ ମୁମ୍ବଇ ଯାଇଛନ୍ତି। ଗୌରବ ପୂର୍ବରୁ କ୍ରିକେଟ ସହ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଲିଗ୍ରେ ଭାଷ୍ୟକାର ଦାୟିତ୍ବ ତୁଲାଇଛନ୍ତି। କ୍ରିକେଟକୁ ସହଜ ଓ ସରଳ ଭାଷାରେ ସାଧାରଣ ଲୋକଙ୍କ ପାଖେର ପହଞ୍ଚାଇବା ଲକ୍ଷ୍ୟ ବୋଲି ଗୌରବ କହିଛନ୍ତି। କେନ୍ଦ୍ରାପଡା ଜିଲା ଆଳି ବ୍ଲକ୍ କଳନ୍ଦିଆ ଗ୍ରାମର ଗୌରବ ଏବେ କଟକର ଦେଉଳସାହିରେ ରହୁଛନ୍ତି। ସେ ଏନ୍ଆଇଟିରେ ଗଣିତରେ ପିଏଚ୍ଡି କରୁଛନ୍ତି। ପିତା ଅଧ୍ୟାପକ ଗୋପୀନାଥ ପଣ୍ଡା ଓ ମାଆ ତିଳୋତ୍ତମା ପଣ୍ଡାଙ୍କ ଦ୍ବାରା ପ୍ରଭାବିତ ହୋଇ ଗୌରବ ଭାଷ୍ୟକାରକୁ ଆପଣାଇଛନ୍ତି।
Prev Post
Next Post