ଆସନ୍ତା ୩୧ରୁ ୫ ଦିନ ପଶ୍ଚିମା ଝଡ଼

ପୁଣି ଏକ ପଶ୍ଚିମାଝଡ଼ ଆସୁଛି….

ଭୁବନେଶ୍ବର: ମାର୍ଚ୍ଚ ୧୫ରୁ ଏ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବ ଲାଗି ରହିଛି। ସର୍ବାଧିକ ତାପମାତ୍ରା ୩୫ଡିଗ୍ରୀ ତଳେ ରହୁଛି। କେତେବେଳେ କେଉଁ ଅଞ୍ଚଳରେ ବର୍ଷୁଛି ତ ଆଉ କେତେବେଳେ ପବନ, କୁଆପଥର ମାଡ଼ ଓ ବର୍ଷା ହେଉଛି। ପୁଣି ଏକ ପଶ୍ଚିମାଝଡ଼ ଆସୁଛି।

ଝଡ଼ପବନ ସହିତ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବ ୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।୨୯ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାବେଳେ ୩୦ରେ ବିଜୁଳି ଘଡ଼ଘଡ଼ି ସହ ପବନ ଘଣ୍ଟା ପ୍ରତି ୩୦ରୁ ୪୦କିମି ପର୍ଯ୍ୟନ୍ତ ବେଗରେ ବହିବ। ସେହିପରି ୩୧ରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଏବଂ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୩୧‌ରେ କାଳ ବୈଶାଖୀ ପ୍ରଭାବ ବଢ଼ିବ।