VANIK କୋଚିଂ ସେଣ୍ଟର ଉପରେ GST ରେଡ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ଏକ ବଡ଼ ଖବର ଆସିଛି । ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର ଭାବେ ପରିଚିତ ଥିବା ବାଣିକ୍ କୋଚିଂ ସେଣ୍ଟର ଉପରେ ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) ନେଇ ରେଡ୍ କରାଯାଇଛି । ଡାଇରେକ୍ଟୋରେଟ୍ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।

ତେବେ ଉଭୟ ଓଡ଼ିଶା ଓ କୋଲକାତାରେ ଜିଏସଟି ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରରେ କେବଳ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏହି ଶିକ୍ଷାନୁଷ୍ଠାନ ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ କୋଚିଂ ସେଣ୍ଟରର ସିଏମଡି ସୁବ୍ରତ ଛାଟୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏତେବଡ଼ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଥିବାରୁ ଏହା ପଛରେ ଇଣ୍ଟେଲିଜେନ୍ସ ହାତରେ କିଛି ବଡ଼ ତଥ୍ୟ ଲାଗିଥିବା ଅନୁମାନ କରାଯାଉଛି ।