ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ

ନବରଙ୍ଗପୁର ଜିଲ୍ଲା ପ୍ରଥମ ଶ୍ରେଣି ଜଳୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର….

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପ୍ରଥମ ଶ୍ରେଣି ଜଳୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କ ନିକଟରୁ ୨,୨୦,୦୦୦ ଟଙ୍କା ଜବତ କରିବା ପରେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜେନା ଏହି ଟଙ୍କା ନେଇ ତାଙ୍କ ଘରକୁ ଯିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ନବରଙ୍ଗପୁର ମାଝିଗୁଡ଼ା ବାଇପାସ୍ ନିକଟରେ ଅଟକାଇଥିଲା । ଏହି ସମୟରେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା । ତେବେ ଏହି ଟଙ୍କା ସମ୍ବନ୍ଧରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବା ପରେ ଜନୋଙ୍କ ବାସଭବନ ସମେତବ ଏକଲାଳୀନ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଯାଞ୍ଚ ଆରମ୍ଭ କରିଛି । ପୁରୀର ବାଲୁଖଣ୍ଡର କୁମୁତିପାଟନାର ସିଙ୍ଗହରୀ ବାଗିଚା ଠାରେ ଲକ୍ଷ୍ମିଧରଙ୍କ ପୈତୃକ ଘର, ନବରଙ୍ଗପୁର ମାଝିଗୁଡ଼ାରେ ଥିବା ତାଙ୍କର ଭଡ଼ା ଘର ଏବଂ ଭୁବନେଶ୍ୱର ତମାଣ୍ଡୋରେ ଦୁଇ ମହଲା ବିଶିଷ୍ଠ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।