ନରେନ୍ଦ୍ର ପୋଖରୀରେ ବୁଡି ଜଣେ ଯୁବକ ମୃତ

ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଲାଗିଥିବା ବେଳେ ନରେନ୍ଦ୍ର ପୋଖରୀରେ ଘଟିଯାଇଛି ଏକ ଅଘଟଣ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ନରେନ୍ଦ୍ର ପୋଖରୀରେ ଜଣେ ଯୁବକ ଗାଧୋଉଥିବା ସମୟରେ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକ ଜଣକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି ପରିଚୟ ମିଳିଛି । ସାଙ୍ଗମାନଙ୍କ ସହ ନରେନ୍ଦ୍ର ପୋଖରୀରେ ଗାଧୋଉତିବା ସମୟରେ ଏପରି ଏକ ଅଘଟଣ ଘଟିଯାଇଛି ।