ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ

ପୁରୀ : ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ। ତାପରେ ଷ୍ଟିଲ ଫ୍ରେମ ଲଗାଯିବ। ଏହାପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ। ଆଉ ଦୁଇଦିନ ଭିତରେ ଷ୍ଟିଲ ଫ୍ରେମ ସରିଲେ ତାକୁ ଲଗାଯାଇ ସେଥିରେ କବାଟକୁ ଲଗାଯିବ। ତେବେ ୯ ଦିନ ଭିତରେ କାର୍ଯ୍ୟ ସରିବ ବୋଲି କୁହାଯାଉଛି।