ଠାକୁର ଘରେ କିଏ, ମୁଁ କଦଳୀ ଖାଇନି

ନବୀନଙ୍କ କ୍ୟାବିନେଟରେ ଯୋଉ ବିଧାୟକମାନେ ସ୍ଥାନ ପାଇଛନ୍ତି; ସେମାନଙ୍କ ଭିତରୁ କାହା ମଗଜରେ ମସଲା ଅଛି କିଛି ବୁଝାପଡୁନି । ରତ୍ନଭଣ୍ଡାର ଚାବି ବିଷୟରେ ପଚାରିବାରୁ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଯାହା ଜବାବ ଦେଇଛନ୍ତି; ତାହା ତାଙ୍କର ଦକ୍ଷତାକୁ ବଳିଯାଇଛି ।

ଜଗନ୍ନାଥ କହିଛନ୍ତି ହାଇକୋର୍ଟ ଯାହା ବିଚାର କରିବେ; ଆମେ ତାକୁ ମାନିନେବୁ । ଅର୍ଥାତ୍‌ ହାଇକୋର୍ଟ ଯଦି କହନ୍ତି, ନବୀନ ନିବାସରେ ରତ୍ନଭଣ୍ଡାର ଚାବି ଅଛି, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପରାଣ ଢିଙ୍କି ଗିଳିବେ ମାନେ ରତ୍ନଭଣ୍ଡାର ଚାବି ଖୋଜି ଆଣି ଦେବେ ନଚେତ୍‌ ହାଜତକୁ ଯିବେ । ଆଇନମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମୁଣ୍ଡାଇବାକୁ ହେଲେ ସେ ଦିଗରେ କିଛି ମସଲା ସାଇତି ରଖିବାକୁ ହେବ ବୋଲି ଜଗନ୍ନାଥ ସାରକା ଜାଣିନାହାନ୍ତି ବୋଧେ ।

ଅବଶ୍ୟ ନବୀନବାବୁଙ୍କୁ ମୁଣ୍ଡ ଗଣତି ପାଇଁ ଲୋକ ଦରକାର; ପାଠ ପଢୁଆ ଲୋକ ହେଲେ ଆଇଏଏସ୍‌ ଅଧିକାରୀଙ୍କ ମୁଣ୍ଡ ଖାଇବ; ଗାଁ ଗହଳିର ବୋକା ଲୋକଟିକୁ ବିଧାୟକ କରିଦେଲେ କାମ ଫତେ । ସବୁ କାମ ଆଇଏଏସ୍‌ ଅଧିକାରୀମାନେ କରିବେ; ବିଧାୟକମାନେ ନାମକୁ ମାତ୍ର ମନ୍ତ୍ରୀପଦଟି ମାନ ଆବୋରିଥିବେ ।