ଭୁବନେଶ୍ୱର ଷ୍ଟେସନର ଆରପିଏଫ୍ କନେଷ୍ଟବଳଙ୍କୁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ

ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର….

ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର ଆରପିଏଫ କନଷ୍ଟେବଳ ଶ୍ରୀ ସୁବ୍ରତ କୁମାର ମହାରଣା 2020 ବର୍ଷ ପାଇଁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି |

 

ଶ୍ରୀ ମହାରଣା 15 ଫେବୃଆରୀ 2020 ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ ଏବଂ ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା |

ଶ୍ରୀ ମହାରଣାଙ୍କ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ | 15 ଫେବୃଆରୀ, 2020 ରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର – 01 ରେ ଏହି ଘଟଣା ଘଟିଥିଲା |

ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଶ୍ରୀ ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଶ୍ରୀ ମହାରଣାଙ୍କୁ ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୂୟଶୀ  ପ୍ରଶଂସା କରିଛନ୍ତି | ଶ୍ରୀ ମହାରଣାଙ୍କୁ ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ |