ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିଲା

ଭୁବନେଶ୍ଵର : ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୩ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପୂର୍ବାନୁମାନରୁ କୁହାଯାଇଥିଲା ଆଜି ଓଡ଼ିଶା ଛୁଇଁବ ମୌସୁମୀ, ଏଥିପାଇଁ ଆଜି ପାଗ ଅନୁକୂଳ ରହିଛି ।

ରାଜ୍ୟର ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି । ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା । ବର୍ଷାର ପରିମାଣ,ପବନର ଦିଗ ଓ ତାପମାତ୍ରାରେ ହ୍ରାସ ମୌସୁମୀର ଓଡ଼ିଶା ପ୍ରବେଶର ସମ୍ଭାବନା ବୃଦ୍ଧି କରାଇଛି ।