କାଳବୈଶାଖୀ: ବଜ୍ରପାତରେ୧ ଜଣେ ମୁର୍ତ୍ୟୁ,୨ ଆହତ

ରାୟଗଡା: କାଳବୈଶାଖୀ ପ୍ରଭାବରେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଅନ୍ତର୍ଗତ ଯୁଗପଦର ଚାରି ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛି । ଗୁରୁତର ଆହତ ଦୁଇ ଜଣକୁ ବିଷମ କଟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ଯୁଗପଦର ଗାଁର ଯୁଧୈଷ୍ଟି ଆନ୍ଦାକାଙ୍କ ସ୍ତ୍ରୀ ନିଦ୍ରା ଆନ୍ଦାକା ।

ମହିଳା ଜଣକ ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରାଘାତରେ ମୃତ ହୋଇଥିବା ବେଳେ ତାଙ୍କ ଝିଅ କୁନ୍ତି ଆନ୍ଦାକା ଓ ବୃଦ୍ଧାଲିକ କାଗରଙ୍ଗା ଆହତ ହୋଇଥିଲେ । ପରିବାର ତରଫରୁ ମୃତକ ଓ ଆହତଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିବା ବେଳେ ଅମ୍ବାଦଳା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।