କେଉଁ ଦାନ ବିଷୟରେ କେବଳ ବ୍ରହ୍ମା ହିଁ ଜାଣିଛନ୍ତି!

ଭଗବାନ ବିଷ୍ଣୁ ନାରଦଙ୍କୁ ସାକ୍ଷାତ କରି ବୈକୁଣ୍ଠ ପୁର ସିଂହାସନ ଉପରେ ବସିଥାନ୍ତି । ଏହିସମୟରେ ଗରୁଡ଼ ଆସି ସେଠାରେ ପ୍ରବେଶ ହେଲା । ଦୁଇହାତ ଯୋଡି ଭଗବାନ ବିଷ୍ଣୁ ଙ୍କୁ ପ୍ରଣିପାତ କରି କହିଲା ହେ କମଳାର ବର ! ଆତୁର ସମୟରେ ପାପୀ ମାନଙ୍କ ପାଇଁ ଦାନ ବିଷୟରେ ବହୁତ କଥା ଆପଣଂକ ଠାରୁ ଶୁଣିଥିଲି ? ଆଉ କିଛି ଦାନ ଅଛି ଯଦି ମୋତେ କୁହନ୍ତୁ ?

ନାରାୟଣ ଦେବ ଅଳ୍ପ ହସି କହିଲେ ହେ ଗରୁଡ଼ ! ତୁମର ଆଗ୍ରହ ଦେଖି ମୁଁ ଖୁସି ଅନୁଭବ କରୁଛି ? ଏବେ ଅନ୍ୟ ଦାନ ବିଷୟରେ କହୁଛି ମନଦେଇ ଶୁଣ ? ଭଗବାନ ବିଷ୍ଣୁ ଗରୁଡ଼ କୁ କହୁଛନ୍ତି ହେ ଗରୁଡ଼ ! ଧେନୁ ଦାନ ତୁମ ଆଗରେ କହୁଛି ଶୁଣ .. .. କେଉଁ ଧେନୁ ଦାନ ଦେଲେ କି ,କି ,ଫଳ ମିଳେ ତାହା ଶୁଣ ଗରୁଡ଼ ଏହା କେବଳ ବ୍ରହ୍ମା ହିଁ ଜାଣିଛନ୍ତି ।

>ରୁଦ୍ର ଧେନୁ ଦାନ ଦେଲେ ଶରୀର ନିଷ୍ପାପ ହୁଏ ।

>ଅନ୍ତ ଧେନୁ ଦାନ କଲେ ସର୍ଵ ମୋକ୍ଷ ପାଏ ।

>ଋଣ ଧେନୁ ଦାନ ରେ ଜନ୍ମ ଜନ୍ମ ସୁଖି ।

>ମୋକ୍ଷ ଧେନୁ ରେ ଜୀଵ ମୋକ୍ଷ ହୁଏ ।

>କପିଳା ଧେନୁ ଦାନ କଲେ ଜୀଵ ନିସ୍ତାର ପାଏ ।

>ସବତ୍ସା ଧେନୁ ଦାନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ।