ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ : ବରଗଡ ସହରର ପ୍ରତିଷ୍ଠିତ ବ୍ୟବସାୟୀ କ୍ରିପାଳ ସିଂଙ୍କ ଆତ୍ମହତ୍ୟା ଅଭିଯୋଗ । ଅମ୍ବାପାଲି ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଝୁଲନ୍ତା ଅବସ୍ଥାରେ ନିଜ ବାସଭବନରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁରୁଣା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।