ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ହୋଇଛି ଅଣ୍ଡାମାଡ଼ । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ଅଣ୍ଡାମାଡ଼ ହୋଇଛି । ଘଟଣାକୁ ନେଇ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କୁ ଥାନାରେ ଅଟକ ରଖାଯାଇଛି । ଏହା ପୂର୍ବରୁ ଅନେକ ନେତାମାନଙ୍କୁ ଅଣ୍ଡାମାଡ଼ କରାଯାଇଛି । ମମିତା ହତ୍ୟା ମାମଲାରେ ରାଜ୍ୟର ରାଜନୀତି ଧିରେ ଧିରେ ତୀବ୍ର ହେବାରେ ଲାଗିଛି । ବିଜେପି ଓ କଂଗ୍ରେସ ପକ୍ଷରୁ ବିଜେଡ଼ିକୁ ଟାର୍ଗେଟ କରାଯାଉଛି ।