ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବା ଶୁଭାରମ୍ଭ

ପୁରୀ: ଜାନୁଆରୀ ୧୮ ତାରିଖରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରାଯାଇଛି । ଲୋକମାନଙ୍କୁ ଆରାମରେ ସିଧା ଶ୍ରୀମନ୍ଦିର ନିକଟରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରତି ଜିଲ୍ଲାର ସଦର ମହକୁମାରୁ ପୁରୀ ଅଭିମୁଖେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚଳାଚଳ କରିବ । ଫଳରେ ସବୁ ଜିଲ୍ଲାର ଲୋକମାନଙ୍କ ପାଇଁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହଜ ହୋଇଯାଇଛି ବୋଲି ରାଜ୍ୟ ପରିବହନ ବିଭାଗ ଦାବି କରିଛି । ପ୍ରତି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଭଲଭୋ ବସ୍‌ ଭୁବନେଶ୍ୱରରେ ପହଂଚିଛି । ସେଗୁଡ଼ିକ ୧୫ଟି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗମନାଗମନ କରିବ ।

ଗ୍ରାମାଂଚଳର ଲୋକମାନଙ୍କୁ ତିନିଥାକିଆ ବସ୍‌ ସେବା ଯୋଗାଇ ଦିଆଯାଇଛି । ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଲୋକମାନେ ଆପଣା ଦୁଆରୁ ଲକ୍ଷ୍ମୀବସରେ ବସି ବ୍ଲକ ମୁଖ୍ୟାଳୟରେ ପହଂଚିବେ । ସେଠାରୁ ସଦର ମହକୁମାକୁ ଯାତ୍ରା କରିବେ । ସଦର ମହକୁମାରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।