ପଇଡ଼ ପାଣି ପିଇ ଦିନ କାଟୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରତିମାରେ ପ୍ରାଣ ସଂଚାର କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ବ୍ରତ ପାଳନ କରୁଛନ୍ତି । ଉକ୍ତ ୧୧ ଦିନ ବ୍ରତ ପାଳନ ସମୟରେ ମୋଦିଜୀ କେବଳ ପଇଡ଼ ପାଣି ପିଉଛନ୍ତି ।

ପଇଡ଼ ପାଣିରେ ବହୁତ ଔଷଧୀୟ ଗୁଣ ରହିଛି । ଉପାସ ସମୟରେ ପଇଡ଼ ପାଣି ଶରୀରକୁ ତାଜା ରଖିଥାଏ । ଚାରିପୀଠର ଶଙ୍କରାଚାର୍ଯ୍ୟ ରାମଲାଲାଙ୍କ ପ୍ରାଣ ସଂଚାର କାର୍ଯ୍ୟକ୍ରମରେ ଯୋଗଦାନ କରୁ ନଥିବାରୁ ମୋଦିଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ।

ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ମୋଦିଜୀ ୧୧ ଦିନିଆ ବ୍ରତ ପାଳନ କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ଅସଲ ଶଙ୍କରାଚାର୍ଯ୍ୟଙ୍କ ବଦଳରେ ତଥାକଥିତ ଶଙ୍କରାଚାର୍ଯ୍ୟଙ୍କୁ ସାଙ୍ଗରେ ବସାଇ ମୋଦିଜୀ ତାଙ୍କର ଜିଦକୁ ରକ୍ଷା କରିବାକୁ ବାହାରିଛନ୍ତି ।

ସମାଲୋଚକଙ୍କ ମତରେ ବିଜେପି ଓ ସଂଘ ପରିବାର ଅହଂକାରକୁ ବଜାୟ ରଖିବା ପାଇଁ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ସଂଚାର ସମାରୋହ ଚାଲିଛି ।