ବିଜେପି ମେଂଟ ସଫଳତା: ୨୪ କୋଟି ବିପିଏଲ ଏବେ କୋଟିପତି

ନୂଆଦିଲ୍ଲୀ: ଦୁଇପାଳି ଶାସନ କରିବା ଭିତରେ କେନ୍ଦ୍ରର ବିଜେପି ମେଂଟ ଦେଶର ୨୪ କୋଟି ବିପିଏଲ ଜନତାଙ୍କୁ  କୋଟିପତି ତାଲିକାକୁ ନେଇ ପାରିଛନ୍ତି । ନିତି ଆୟୋଗ ରିପୋର୍ଟରେ ପ୍ରକାଶ ପାଇଥିବା ଏହି ତଥ୍ୟକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସଫଳତା ବୋଲି କହିବାକୁ ପଛାଉ ନାହାନ୍ତି ।

ସତରେ କ’ଣ ମୋଦିଙ୍କ ଅମଳରେ ୨୪ କୋଟି ଗରିବ ଲୋକ କୋଟିପତି ହୋଇଯାଇଛନ୍ତି? ୨୦୧୪ରୁ ୨୦୨୪ ଭିତରେ ମୁକେଶ ଅମ୍ବାନୀଙ୍କ ପକେଟ ଭିତରକୁ କେତେକୋଟି ଗରିବଙ୍କୁ ପୁରାଇ ଦିଆଯାଇଛି ।

ତା’ର ହିସାବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ରହିଛି ତ? ୧୩୫ କୋଟି ଜନତାଙ୍କ ଭିତରେ ଗରିବ ଲୋକଙ୍କ ସଂଖ୍ୟା ପ୍ରାୟ ୧୨୫ କୋଟି । ତା’ ଭିତରୁ ୨୪ କୋଟି ଗରିବଙ୍କୁ କୋଟିପତି କରିବା ପାଇଁ ୧୦ ବର୍ଷ ଲାଗିଗଲା?