ଜନତାଙ୍କୁ ଧୋକା ଦେଉଛନ୍ତି ସୁପ୍ରିମକୋର୍ଟ!

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ସଂଚାର ସମାରୋହ ଯେତିକି ନିକଟତର ହେଉଛି । ସୁପ୍ରିମକୋର୍ଟଙ୍କ ରାମ ମନ୍ଦିର-ବାବ୍ରି ମସଜିଦ ବିବାଦ ଓ ଧାରା ୩୭୦ ଉଚ୍ଛେଦ ମାମଲାର ରାୟକୁ ସେତିକି ଘାଂଟୁଛନ୍ତି କିଛି ବରିଷ୍ଠ ଓକିଲ ଓ ଅବସରପ୍ରାପ୍ତ ଜଷ୍ଟିସ୍‌ । ଲୁହା ଗରମ ଥିଲାବେଳେ ତା’ ଉପରେ ହାତୁଡି ପାହାର ପକାଇବା ପାଇଁ ବରିଷ୍ଠ ଓକିଲ ଓ ଜଷ୍ଟିସମାନଙ୍କ ପାଟିରେ କିଏ ତାଲା ପକାଇଥିଲା ।

ସତ କହିଲେ ସୁପ୍ରିମକୋର୍ଟରେ କାର୍ଯ୍ୟରତ ବରିଷ୍ଠ ଓକିଲ ଓ ଜଷ୍ଟିସମାନେ ସରକାରଙ୍କ ନିକଟରୁ ଫାଇଦା ପାଉଥିବା ପର୍ଯ୍ୟନ୍ତ ସବୁ ଦେଖି ନିରବ ରହୁଥିବେ । ସାମ୍ବିଧାନିକ ପଦବୀରୁ ଅବ୍ୟାହତି ନେବା ପୂର୍ବରୁ ସରକାରଙ୍କ ଥଇଥାନ ବ୍ୟବସ୍ଥାରୁ ବାଦ ପଡ଼ିଗଲେ ; କ୍ଷମତାସୀନ ଦଳର ଦୋଷତ୍ରୁଟିକୁ ବାହାର କରି ଗଣମାଧ୍ୟମ ଆଗରେ ଗାଇବୁଲିବେ ।

କିଛି ଓକିଲ କହିଛନ୍ତି; ରାମ ମନ୍ଦିର-ବାବ୍ରି ମସଜିଦ ବିବାଦକୁ ବିଚାର କରୁଥିବା ଖଣ୍ଡପୀଠର କୌଣସି ଜଷ୍ଟିସ୍‌ ରାୟ ସଂପର୍କୀତ ରିପୋର୍ଟରେ ସ୍ୱାକ୍ଷର କରିନାହାନ୍ତି । ସୁପ୍ରିମକୋର୍ଟର ୫ ଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାମ ମନ୍ଦିର ମାମଲାର ରାୟ ଶୁଣାଇବା ପୂର୍ବରୁ ନଥିପତ୍ର ଓ ସାକ୍ଷ୍ୟମାନଙ୍କର ବୟାନକୁ ଭଲ ଭାବରେ ତର୍ଜମା କରିଥିଲେ ।

ମାତ୍ର ରାୟ ଶୁଣାଇବା ସମୟରେ ଖଣ୍ଡପୀଠ କହିଥିଲେ  ଯେ ସବୁ ମାମଲାର ବିଚାର କେବଳ ନଥିପତ୍ର ଓ ସାକ୍ଷୀମାନଙ୍କର ବୟାନକୁ ଆଧାର କରି ଦିଆଯାଇ ନଥାଏ; ଭାରତୀୟ ସମାଜର ଭାବାବେଗକୁ ଦୃଷ୍ଟିରେ ରଖି ମଧ୍ୟ ବିଚାର କରାଯାଇଥାଏ ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ଭାରତର ୧୩୫ କୋଟି ଜନତାଙ୍କର ଅନ୍ତରର କଥା ଥିଲା ଯାହାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ହୃଦବୋଧ କରିଥିଲେ । ରାମ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ପ୍ରଦାନ କରିଥିବା ଖଣ୍ଡପୀଠରେ ଜଣେ ଥିଲେ ଆଜିର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ।