୫ ତାରିଖରୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ

ଭୁବନେଶ୍ୱର: ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭା ଅଧିବେଶନ ଚାଲିବ । ୮ ତାରିଖରେ ଆର୍ଥିକ ବର୍ଷ ୨୦୨୪-୨୫ କାମଚଳା ବଜେଟ ଆଗତ କରାଯିବ ।

୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ, ୬ ଓ ୭ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ୮ ତାରିଖରେ କାମଚଳା ବଜେଟ ଆଗତ, ୯ ତାରିଖରେ ବ୍ୟୟ ମଂଜୁରୀ ବିଲ ପାରିତ କରାଯିବ ।

୧୦ ଓ ୧୧ ତାରିଖ ଶନିବାର ଓ ରବିବାର କାରଣରୁ ବିଧାନସଭା ଅଧିବେଶନ ବନ୍ଦ । ୧୨ ତାରିଖରେ ସରକାରୀ ବିଲ ଆଲୋଚନା ଓ ୧୩ ତାରିଖରେ ବେସରକାରୀ ବିଲ ଆଲୋଚନା ।