ଠପ ହେଲା ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ବନ୍ଦ ହୋଇଯାଇଛି । ଖୋଦ୍ ବ୍ୟାଙ୍କ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ ।

ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ, ‘ ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛି ଯେ ଆମ ସହ ରୁହନ୍ତୁ । ଖୁବଶୀଘ୍ର ସାଧାରଣ ସେବାଗୁଡିକ ଆରମ୍ଭ ହେବ ।’ ତେବେ ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ହୋଇଥିବାରୁ ଏହାସହ ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି । ସମଗ୍ର ଦେଶରେ ଏସବିଆଇର ପ୍ରାୟ ୨୪ ହଜାର ଶାଖା ରହିଛି ।