ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର, ତା ୨୯/୦୩ : ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ସମେତ ଅନ୍ଯାନ୍ଯ ବିଧାୟକ ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ଲକ୍ଷ୍ମଣ ନାଏକଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ ମାତୃଭୂମୀର ପରମ ପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ବ ଓ ଦେଶପ୍ରେମ ଅତୁଳନୀୟ। ଲକ୍ଷ୍ମଣ ନାଏକଙ୍କ ଯୋଗୁ ଜନଜାତିଙ୍କ ମଧ୍ଯରେ ନୂତନ ଚେତନା ଜାଗରଣ ହୋଇଥିଲା ବୋଲି ଆଜି ରାଜ୍ୟସ୍ତରୀୟ ଶହୀଦ #ଲକ୍ଷ୍ମଣନାଏକ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଶିଷ୍ଟ ଅତିଥିମାନେ ମତବ୍ଯକ୍ତ କରିଛନ୍ତି।