ସାବଧାନ ଗୁଗୁଲ୍‌ ପ୍ଲେ ଷ୍ଟୋର ୬୦୦ ଜାଲ୍‌ଋଣ ପ୍ରଦାନକାରୀ ଆପ୍‌: ଆର୍‌ବିଆଇ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୬୦୦ ଜାଲ୍‌ ଋଣ ପ୍ରଦାନକାରୀ ଆପ୍‌ ପ୍ରଚଳିତ ଥିବା ଏବଂ ସେଗୁଡିକ ଆପ୍‌ ଷ୍ଟୋରରେ ଉପଲବ୍ଧ ହେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆର୍‌ବିଆଇର ଡିଜିଟାଲ ଲେଣ୍ଡିଂ ଉପରେ ଥିବା ଏକ କାର୍ଯ୍ୟାନ୍ବୟନ ଗୋଷ୍ଠୀ ଏହି ୬୦୦ ପାଖାପାଖି ଆପ୍‌କୁ ଚିହ୍ନଟ କରିଛନ୍ତି। ଡିଜିଟାଲ ଲେଣ୍ଡିଂ ଆପ୍‌ଗୁଡିକ ବିରୋଧରେ ୨୦୨୦ ଜାନୁଆର ଆରମ୍ଭରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ପ୍ରାୟ ୨୫୬୨ଟି ଅଭିଯୋଗ ମିଳିଥିବା ଜଣାଯାଇଛି। ୨୦୨୦ ଡିସେମ୍ବରରେ ଆର୍‌ବିଆଇ ପକ୍ଷରୁ ଜନସାଧାରଣ ଅଣସ୍ବୀକୃତ ଡିଜିଟାଲ ଲେଣ୍ଡିଂ ପ୍ଲାଟଫର୍ମଗୁଡିକର ଅସାଧୁ କାର୍ଯ୍ୟକଳାପର ଶିକାର ନହେବାକୁ ସତର୍କ କରାଇ ଦିଆଯାଇଥିଲା। ଆର୍‌ବିଆଇ ପକ୍ଷରୁ ମଧ୍ୟ ଏଭଳି ଆପ୍ଲିକେସନଗୁଡିକ ଉପରେ ନଜର ରଖିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଥିଲା।