ମାଙ୍କଡ଼ ପ୍ରତି ଅନୁଗ୍ରହ କରିଛନ୍ତି ଭାଲୁ ସରକାର

ବର୍ଦ୍ଧିତ ଅନୁଦାନ ମଞ୍ଜୁର ପୂର୍ବରୁ କଲେଜର ଭିତିଭୂମି ଦେଖନ୍ତୁ ସରକାର

ରାଜ୍ୟ କ୍ୟାବିନେଟରେ ବେସରକାରୀ କଲେଜକୁ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବେସରକାରୀ କଲେଜକୁ ଦିଆଯାଉଥିବା ଗ୍ରାଂଟ-ଇନ୍‌-ଏଡ୍‌ ବଢ଼ାଇବା ସଂକ୍ରାନ୍ତ ନିଷ୍ପତି ନିଆଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ବର୍ଦ୍ଧିତ ଗ୍ରାଂଟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ସୁପାରିଶ କରିଛି । ଏହାଦ୍ୱାରା ରାଜ୍ୟର ୧୫୭୭୧ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ଓ ରାଜକୋଷରୁ ଅତିରିକ୍ତ ବାର୍ଷିକ ୨୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କ୍ୟାବିନେଟର ଏଭଳି ନିଷ୍ପତି ବେସରକାରୀ କଲେଜର ଅଧ୍ୟାପନାମଣ୍ଡଳୀ ଓ କର୍ମଚାରୀଙ୍କୁ ଫାଇଦା ଦେବ; ମାତ୍ର ୨୦୨୨ ଜାନୁଆରୀରୁ ଯେଉଁସବୁ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନେ ଲାଇବ୍ରେରୀରେ ପଢ଼ାବହି ଅଭାବକୁ ସାମ୍ନା କରିଛନ୍ତି, ଅଧ୍ୟାପକ ଅଧ୍ୟାପିକା ଅଭାବରୁ ପାଠ ନପଢ଼ି ପରୀକ୍ଷା ଦେଉଛନ୍ତି । କ୍ରୀଡ଼ା ଉପକରଣ ଅଭାବରୁ ପିଲାମାନଙ୍କର ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇଛି । ସେସବୁ କଲେଜଗୁଡ଼ିକୁ ବର୍ଦ୍ଧିତ ଅନୁଦାନରୁ ବଂଚିତ କରାଯିବା ଦରକାର ବୋଲି ଏନ୍‌ୟୁବିସି ଦାବି କରିଛି ।
ଏନ୍‌ୟୁବିସି ନେତା ସୀତାରାମ ବେହେରା କହିଛନ୍ତି, ରାଜ୍ୟର ବହୁ ବେସରକାରୀ କଲେଜର ସୁଦୃଢ଼ ଭିତିଭୂମି ନାହିଁ । କୋଉ କଲେଜରେ ଆବଶ୍ୟକ ପରିମାଣର ଅଧ୍ୟାପକ ଅଧ୍ୟାପିକା ନାହାନ୍ତି ତ କୋଉ କଲେଜରେ କ୍ରୀଡ଼ାର ବିକାଶ ପାଇଁ ଖେଳ ଉପକରଣ ନାହିଁ । ପୁଣି କୋଉ କଲେଜରେ ଲାଇବ୍ରେରୀରେ ପାଠ୍ୟ ପୁସ୍ତକ ଅଭାବ ତ କୋଉ କଲେଜରେ ପିଲାଙ୍କ ପାଇଁ ଭଲ ଶୌଚାଳୟଟିଏ ନାହିଁ । କୋଉ କଲେଜରେ ଖେଳ ପଡ଼ିଆ ନାହିଁ ତ କୋଉ କଲେଜରେ ଲାଇବ୍ରେରୀ କକ୍ଷ ନାହିଁ । ଉଭୟ ସରକାରୀ ଓ ବେସରକାରୀ କଲେଜରେ ଯାବତୀୟ ଦୁର୍ବଳ ଭିତିଭୂମି ରହିଛି ।

ବେସରକାରୀ କଲେଜଗୁଡ଼ିକୁ ବର୍ଦ୍ଧିତ ଗ୍ରାଂଟ୍‌ ମଞ୍ଜୁର କରିବା ପୂର୍ବରୁ ରାଜ୍ୟ ବିଧାନସଭାର ଉଚ୍ଚସ୍ତରୀୟ କମିଟି ସବୁ ବେସରକାରୀ କଲେଜଗୁଡ଼ିକୁ ପରିଦର୍ଶନ କରି ସୁଦୃଢ଼ ଭିତିଭୂମି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଜାତୀୟ ପଛୁୂଆବର୍ଗ ଓ ସଂଖ୍ୟାଲଘୁ ମହାସଂଘ (ଏନ୍‌ୟୁବିସି) ପରାମର୍ଶ ଦେଇଛି ।