ଭୁବନେଶ୍ୱର ଏକ ଘରୋଇ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳର ଏକ ଘରୋଇ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ପ୍ରକାଶ ବଳ । ତାଙ୍କ ଘର ଯାଜପୁର ଅଂଚଳରେ ବୋଲି ଜଣାପଡ଼ିଛି । ସେ ପ୍ରାୟ ୫ ବର୍ଷ ହେବ ସେହି ମଣ୍ଡପରେ କାର୍ଯ୍ୟ କରୁଥିଲେ । ଖବର ପାଇ ତାଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ପହଞ୍ଚିଛନ୍ତି । ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ମଣ୍ଡପ ମାଲିକଙ୍କ କହିଛନ୍ତି ଏକ ରୁମରୁ ପ୍ରକାଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।