ଦୁଇ ନିଖୋଜ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କର ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲକୁ ଖସି ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କୁ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ଗତକାଲି କାରଟି ପୁରୀ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ କ୍ରେନ୍ ଯୋଗେ କାରକୁ ଉପରକୁ ଅଣାଯାଇଥିଲା । ହେଲେ କାର ମଧ୍ୟରେ ଥିବା ୨ ଜଣ ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା । ଆଜି ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।