ନିଜ ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିଜ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେବେ ଯେବେ ନିର୍ବାଚନ ଆସେ ଏମିତି ଗୁଜବ ଉଠେ ବୋଲି ସେ କହିଛନ୍ତି । ମୁଁ ସମ୍ପୂର୍ଣ୍ଣ ଫିଟ୍‌ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି ଏବଂ ବହୁତ ଖୁସି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରେନାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ଏବେ ବି ଅଛି । ତେଣୁ ଗାଇଡ୍‌ଲାଇନ୍‌ ମାନନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସେ ଲୋକଙ୍କୁ ନିବେଦନ କରିଛନ୍ତି ।