ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ସ୍ୱର୍ଗଦ୍ୱାରରେ ଶବ ସକ୍ରାର ନେଇ ଥିବା କଟକଣା ଆଜିଠୁ ହଟିଛିା । ବାହାର ଜିଲ୍ଲାର ଶବ ସକ୍ରାର ବନ୍ଦ ନେଇ ଥିବା କଟକଣାକୁ ଉଠାଇ ଦିଆଯାଇଛି । ଏଣିକି କୋଭିଡ କଟକଣାରେ ବାହାର ଜିଲ୍ଲା ଲୋକେ ମଧ୍ୟ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ । ତେବେ କୋଭିଡ ପଜିଟିଭ ହୋଇଥିବା ମୃତକଙ୍କ ଶବଦାହକୁ ଅନୁମତି ନାହିଁ । ଗୁରୁବାର ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ସୂଚନା

ସେପଟେ ଶୁକ୍ରବାର ପୁରୀ ମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବାକୁଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସାଢ଼େ ୪ଟାରେ ହେବ ବୈଠକ । ସୂଚନାଯୋଗ୍ୟ, କରୋନା ଯୋଗୁଁ ୩୧ ଜାନୁଆରୀରେ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି ।