ତିନି ମାସରେ ସମାଧାନ ହେବ ଡ୍ରାଇଭର ମହାସଂଘର ଦାବି

ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହୋଇଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଦୁଇ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଖବର ଆସୁଛି ଯେ ୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତି ହୋଇଛି। ନିଷ୍ପତି ସମ୍ପର୍କରେ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାସଂଘ ଆବାହକଙ୍କୁ ଚିଠି ଲେଖାଯାଇଛି । ଏହି ଆଲୋଚନାରେ ଡ୍ରାଇଭର ମହାସଂଘର ସଦସ୍ୟ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି।