ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟ; ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୮.୬ ଡିଗ୍ରୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡିଶା। ସକାଳୁ ସକାଳୁ ଅନୁଭବ ହେଉଛି ଅସମ୍ଭାଳ ତାତି। ଏହାସହ ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୮.୬ ଡିଗ୍ରୀ। ଝାରସୁଗୁଡାର ତାପମାତ୍ରା ସବୁଠାରୁ ଅଧିକ ସାଢେ ୧୧ଟାରେ ୩୯.୨ ଡିଗ୍ରୀ। ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ। ସମ୍ବଲପୁର ୩୮.୨, କେନ୍ଦୁଝର ୩୭.୬, ହୀରାକୁଦ ୩୭.୪, ଗୋପାଳପୁର ୩୪.୬, ପୁରୀ ୩୩.୪, ପାରାଦୀପ ୩୩ ଡିଗ୍ରୀ ରେକର୍ଡ କରାଯାଇଛି।