ରାଜ୍ୟ ସରକାର ଓ ବନବିଭାଗ ର କୁମ୍ଭୀର କାନ୍ଦଣା; ଗତ ଦୁଇ ଦିନରେ ୪ ହାତୀ ମୁତ୍ୟୁ

ନୀଳଗିରି: ବନ୍ୟପ୍ରାଣୀ ହାତୀ ମୁତ୍ୟୁ ବାରମ୍ବାର ଘଟି ଚାଲିଛି କିନ୍ତୁ ରାଜ୍ୟ ସରକାର ଓ ବନ ବିଭାଗ କୁମ୍ଭୀର କାନ୍ଦଣା ଠୋସ ଜଣାପଡୁଛି ରାଜ୍ୟ ବାସୀଙ୍କୁ । ରାଜ୍ୟରେ ଦୁଇଟି ହାତୀଙ୍କର ମୁର୍ତ୍ୟୁ ପୁଣି ଘଟିଛି । ଗତ ଦୁଇ ଦିନରେ ୪ ହାତୀ ମୁତ୍ୟୁ ଘଟିଲାଣି।

ଏଠାରେ ସୂଚନା ଯୋଗ୍ୟ, ଗତ ବୁଧବାର ବାଲେଶ୍ୱର ଜିଲ୍ଲା ନୀଳଗିରି ଉପକଣ୍ଠରେ ଥିବା କୁଲଡ଼ିହା ଅଭୟାରଣ୍ୟ ରେ ଝରଘାଟି ସେସନ ପୁରୁଣାପାଣି ବିଜହର ଦଙ୍ଗାର ପୋଖରୀ ପାଖରେ ଏକ ୪ ବର୍ଷର ଅଣ୍ଡିରା ହାତୀ ଛୁଆର ମୁତ୍ୟୁ ଘଟିଥିବା ରେଞ୍ଜର ପ୍ରକାଶ କରିଛନ୍ତି । ସେହିପରି ଅଖଣ୍ଡ ଶିକାର ରୋକିବାକୁ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବାବେଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇଥିଲେ । ତେବେ କୁଲଡ଼ିହା ରେ ବର୍ଷକ ମଧ୍ୟରେ ୮ଟି ହାତୀଙ୍କ ମୁର୍ତ୍ୟୁ ଘଟିଲାଣି ।

ସେହିପରି ମଧ୍ୟ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ ଜଙ୍ଗଲରୁ ଏକ ଦାନ୍ତ ହାତୀର ମୂର୍ତଦେହ ଠାବ କରାଯାଇଛି। ଏହି ହାତୀର ବୟସ ୧୦ ରୁ ୧୫ ବର୍ଷ ବୟସ ହେଇଥିବା ବେଳେ ମୁର୍ତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ଅନ୍ତ୍ରଗର୍ତ ଜଙ୍ଗଲରେ ବରାହ ଫାସରେ ପଡିଥିବା ଗୋଟିଏ ଦନ୍ତ ହାତୀର ଓ ସୁନ୍ଦରଗଡ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଶରଙ୍ଖିତ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଇଁ ହାତୀର ମୁର୍ତ୍ୟୁ ହୋଇଥିଲା । ଉଦ୍ବେଗର ବିଷୟ ଯେ ଦୁଇଦିନ ଭିତରେ ପ୍ରାୟ ୪ ହାତୀଙ୍କ ଜୀବନ ଯାଇଥିବାରୁ ରାଜ୍ୟ ସରକାର ଓ ବନ ବିଭାଗର କୁମ୍ଭୀର କାନ୍ଦଣା ଜଣାପଡୁଛି ।