ଦହିର ଲାଭଦାୟକ ଗୁଣ ଜାଣନ୍ତୁ….

ଏହା ଦ୍ୱାରା ଭୋକ ଲାଗିବା ସହ ହଜମ ପ୍ରକ୍ରିୟା ଟିକ୍…

ଆମ ଶରୀର ପାଇଁ ଦହି ଅତ୍ୟନ୍ତ ଗୁଣକାରୀ ଭାବେ ପ୍ରମାଣିତ ହୋଇଛି । କିନ୍ତୁ ଏଥିରେ ଯଦି କିଛି ଜିନିଷକୁ ମିଶ୍ରଣ କରି ସେବନ କରାଯାଏ, ତେବେ ତାହା ବହୁ ରୋଗରୁ ଆମକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଅନେକ ରୋଗରୁ ରକ୍ଷା କରିଥାଏ ।

ଖରାଦିନେ ଏହାକୁ ଆପଣ ନିଜ ଡାଇଟରେ ସାମିଲ କରନ୍ତୁ । ଦହିରେ ଚିନି, ଲୁଣ ବ୍ୟତିତ ଆପଣ ଆଉ କିଛି ସାମଗ୍ରୀ ମିଶ୍ର କରିପାରିବେ, ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ଦହିରେ କଳାଲୁଣ ସହ ଭଜା ଜିରାକୁ ମିଶାଇ ଖାଆନ୍ତୁ । ଏହା ଦ୍ୱାରା ଭୋକ ଲାଗିବା ସହ ହଜମ ପ୍ରକ୍ରିୟା ଟିକ୍ ହୋଇଥାଏ । ଓଜନ କମାଇବାକୁ ଦହି ସହ କଳା ଲୁଣ ଓ କଳା ଲଙ୍କା ମିଶାଇ ଖାଇପାରନ୍ତି । ଏହା ଦ୍ୱାରା ଶରୀରର ଚର୍ବି ହ୍ରାସ ହୋଇଥାଏ।