କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଧାନମଣ୍ଡଳ ଅଂଚଳର ରାମ ପଣ୍ଡାଙ୍କ ଝିଅ ରୀନା ରାଣୀ ପଣ୍ଡା । ଯୁବତୀ ଜଣକ ତିନି ଦିନ ହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ନେଇ ଶୁକ୍ରବାର ହାଇ ଲେବଲ କେନାଲରେ ଯୁବତୀଙ୍କ ମୃତଦେହ ଭାଷୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଛି