୨୦ବର୍ଷ ଶାସନ କରୁଥିବା ଦଳର ଡର ଅଛିକି ଅପରାଜିତା

ଆମ ସଭାପତି ଆସିବା ଶୁଣି ତରବରରେ ବରମୁଣ୍ଡାରେ ସଭା କଲେ…..

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଜନତା ମଇଦାନରେ ଆୟୋଜିତ ଦଳୀୟ ସଭାରେ ଶାସକ ଦଳ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୨୦ ବର୍ଷ ଶାସନ କରୁଥିବା ଦଳର ଡର ଅଛି କି ପଚାରିଲେ ଅପରାଜିତା। ଆମ ସଭାପତି ଆସିବା ଶୁଣି ତରବରରେ ବରମୁଣ୍ଡାରେ ସଭା କଲେ।

ଆଉ କେଉଁ ଦିନ ସମୟ ହେଲାନି, ଆଜି କାହିଁକି ସଭା କଲେ ? କଣ ବିଜେପିକୁ ଡରି ଯାଉଛନ୍ତି କି, ଭିତରେ ଡର ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଆମ ସଭାପତି ୩ ଦିନରେ ୩ ରାଜ୍ୟ ବୁଲିଲେଣି, ଆଜି ଏଠାକୁ ଆସିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ବରମୁଣ୍ଡା ଆସିଥିବା ତାଙ୍କ କର୍ମୀ ଦେଖିପାରିବେନି।