ପ୍ରକୃତିଙ୍କୁ ଘଣ୍ଟାଏ ଜେରା କଲା ପୋଲିସ

ପ୍ରକୃତିଙ୍କୁ ଘଣ୍ଟାଏ ଜେରା । ଗୋଟିଏ କି ଦୁଇଟା ନୁହେଁ, ଏକାଥରକେ ପୋଲିସର ୧୨….

ଭୁବନେଶ୍ୱର: ପ୍ରକୃତିଙ୍କୁ ଘଣ୍ଟାଏ ଜେରା । ଗୋଟିଏ କି ଦୁଇଟା ନୁହେଁ, ଏକାଥରକେ ପୋଲିସର ୧୨ ରୁ ଅଧିକ ପ୍ରଶ୍ନ ଅଧିକ ପଚରାଯାଇଥିଲା । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ଖାରବେଳନଗର ଥାନା ପୋଲିସ ।

ପୂର୍ବ ନୋଟିସ୍ ଆଧାରରେ ପ୍ରକୃତିଙ୍କୁ ଜେରା କରିବାକୁ ମଙ୍ଗଳବାର ତାଙ୍କ ବାସଭବନରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ । ଦୀର୍ଘ ଏକ ଘଣ୍ଟା କାଳ ପ୍ରକୃତିଙ୍କୁ ଜେରା କରିଛନ୍ତି ମହିଳା ପୋଲିସ ଅଧିକାରୀ । ଏହି ଜେରା ସମୟରେ ପ୍ରକୃତି ମିଶ୍ରଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସକୁ ଆଗାମୀ ତଦନ୍ତରେ ସହଯୋଗ କରିବା ବୋଲି ପ୍ରକୃତି ପ୍ରତିଶୃତି ଦେଇଛନ୍ତି ବୋଲି ଜେରା କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।